Hub Python Library documentation

🤗 ହବ୍ କ୍ଲାଏଣ୍ଟ ଲାଇବ୍ରେରୀ

Hugging Face's logo
Join the Hugging Face community

and get access to the augmented documentation experience

to get started

🤗 ହବ୍ କ୍ଲାଏଣ୍ଟ ଲାଇବ୍ରେରୀ

huggingface_hub ଲାଇବ୍ରେରୀ ଆପଣଙ୍କୁ ହଗିଙ୍ଗ ଫେସ୍ ହବ୍ ସହିତ କାମ କରିବାର ସୁବିଧା ଦେଇଥାଏ। ଏହା ସୃଷ୍ଟିକର୍ତ୍ତା ଏବଂ ସହଯୋଗୀମାନଙ୍କ ପାଇଁ ଏକ ମେସିନ୍ ଲର୍ଣ୍ଣିଂ ପ୍ଲାଟଫର୍ମ। ନିଜ ପ୍ରକଳ୍ପ ପାଇଁ ପୂର୍ବ-ପ୍ରଶିକ୍ଷିତ ମଡେଲ୍ ଏବଂ ଡାଟାସେଟ୍ ଖୋଜନ୍ତୁ କିମ୍ବା ହବ୍‌ରେ ହୋଷ୍ଟ କରାଯାଇଥିବା ଶହ ଶହ ମେସିନ୍ ଲର୍ଣ୍ଣିଂ ଆପ୍ଲିକେସନ୍ ବ୍ୟବହାର କରି ଦେଖନ୍ତୁ। ଆପଣ ନିଜର ମଡେଲ୍ ଏବଂ ଡାଟାସେଟ୍ ମଧ୍ୟ ତିଆରି କରି ସେଗୁଡ଼ିକୁ ସମୁଦାୟ ସହିତ ସେୟାର କରିପାରିବେ। huggingface_hub ଲାଇବ୍ରେରୀ Python ବ୍ୟବହାର କରି ଏହି ସମସ୍ତ କାମ କରିବାର ଏକ ସହଜ ଉପାୟ ପ୍ରଦାନ କରେ।

huggingface_hub ଲାଇବ୍ରେରୀ ସହିତ କାମ ଆରମ୍ଭ କରିବା ପାଇଁ [quick-start] (କ୍ୱିକ୍-ଷ୍ଟାର୍ଟ) ପଢ଼ନ୍ତୁ। ଆପଣ ହବ୍‌ରୁ ଫାଇଲ୍ କିପରି ଡାଉନଲୋଡ୍ କରିବେ, ଗୋଟିଏ ରିପୋଜିଟୋରି କିପରି ତିଆରି କରିବେ ଏବଂ ହବ୍‌ରେ ଫାଇଲ୍ କିପରି ଅପଲୋଡ୍ କରିବେ, ତାହା ଶିଖିବେ। 🤗 ହବ୍‌ରେ ନିଜ ରିପୋଜିଟୋରିଗୁଡ଼ିକୁ କିପରି ପରିଚାଳନା କରିବେ, ଆଲୋଚନାରେ କିପରି ଅଂଶଗ୍ରହଣ କରିବେ କିମ୍ବା ଇନଫରେନ୍ସ ଏପିଆଇକୁ(API) କିପରି ଆକ୍ସେସ୍ କରିବେ, ସେ ବିଷୟରେ ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ।

How-to guides

Practical guides to help you achieve a specific goal. Take a look at these guides to learn how to use huggingface_hub to solve real-world problems.

Reference

Exhaustive and technical description of huggingface_hub classes and methods.

Conceptual guides

High-level explanations for building a better understanding of huggingface_hub philosophy.

ଅବଦାନ ଦିଅନ୍ତୁ

huggingface_hub ପାଇଁ ଦିଆଯାଉଥିବା ସମସ୍ତ ଅବଦାନକୁ ସ୍ୱାଗତ କରାଯାଏ ଏବଂ ସମାନ ଗୁରୁତ୍ୱ ଦିଆଯାଏ! 🤗 କୋଡ୍‌ରେ ନୂତନ ବିଷୟ ଯୋଡ଼ିବା କିମ୍ବା ବର୍ତ୍ତମାନ ରହିଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବା ବ୍ୟତୀତ ଆପଣ ଅନ୍ୟାନ୍ୟ ଉପାୟରେ ମଧ୍ୟ ଏହାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବେ। ଡକ୍ୟୁମେଣ୍ଟେସନ୍ ସଠିକ୍ ଏବଂ ଅଦ୍ୟତିତ ଅଛି କି ନାହିଁ, ତାହା ସୁନିଶ୍ଚିତ କରନ୍ତୁ; ଇସ୍ୟୁଗୁଡ଼ିକରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରନ୍ତୁ; ଏବଂ ଲାଇବ୍ରେରୀକୁ ଆହୁରି ଉନ୍ନତ କରିପାରିବ ବୋଲି ଆପଣ ଭାବୁଥିବା ନୂତନ ଫିଚର ପାଇଁ ଅନୁରୋଧ କରନ୍ତୁ। ଗୋଟିଏ ନୂତନ ଇସ୍ୟୁ କିମ୍ବା ଫିଚର ଅନୁରୋଧ କିପରି ଦାଖଲ କରିବେ, ପୁଲ୍ ରିକ୍ୱେଷ୍ଟ କିପରି ଦାଖଲ କରିବେ ଏବଂ ସବୁକିଛି ଆଶାନୁସାରେ କାମ କରୁଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ନିଜ ଅବଦାନକୁ କିପରି ପରୀକ୍ଷା କରିବେ, ସେ ବିଷୟରେ ଅଧିକ ଜାଣିବା ପାଇଁ ଅବଦାନ ଗାଇଡ୍‌ଟି ଦେଖନ୍ତୁ।

ସମସ୍ତଙ୍କ ପାଇଁ ଏକ ସମାବେଶୀ, ସ୍ୱାଗତଯୋଗ୍ୟ ଏବଂ ସହଯୋଗମୂଳକ ପରିବେଶ ସୃଷ୍ଟି କରିବା ପାଇଁ ଅବଦାନକାରୀମାନେ ଆମର ଆଚରଣ ସଂହିତାକୁ ମଧ୍ୟ ସମ୍ମାନ କରିବା ଉଚିତ।

Update on GitHub